କ୍ରୀଡ଼ା

ସିଏମ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ:କ୍ୱାର୍ଟର ଫାଇନାଲ ରେ ଅନୁଗୁଳ

By Biswaranjan Pattnaik

June 03, 2025

ଅନୁଗୁଳ: ଓଡ଼ିଶାର ଚାରି ଗୋଟି ଜୋନରେ ସିଏମ ଟ୍ରଫି ଫୁଟବଲପ୍ରତିଯୋଗିତା ଚାଲୁ ରହିଛି।କେଉଁଝର ଜୋନରେ ଖେଳୁଥିବା ଅନୁଗୁଳ ଦଳ ପ୍ରଥମେ ବାଲେଶ୍ଵରକୁ ୩-୦ ,ଦେବଗଡ଼ କୁ ୨-୦ ଗୋଲରେ ପରାସ୍ତ କରିବା ପରେ ରବିବାର ମୟୁରଭଞ୍ଜ ସହ ଡ୍ର ରଖି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି।

ଆଜି ତଥା ଜୁନ ୩ ତାରିଖ ଦିନ ଅନୁଗୁଳ ଯାଜପୁର ସହ ଖେଳିବ। ଅନୁଗୁଳ କ୍ରୀଡା ସଂସଦ ସାଧାରଣ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ଅନୁଗୁଳ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଦଳ ସେମିଫାଇନାଲ ଖେଳିବ ବୋଲି ଆଶା ରଖିଥିବା ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ସହ ହୋଇଥିବା ଖେଳରେ ଅନୁଗୁଳର ବିଦେଶୀ ଡେଗି ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପାଇଥିଲେ।