ଘଟଣା ଓ ଦୁର୍ଘଟଣା

ସର୍ଟ ସର୍କିଟ ଯୋଗୁଁ ଜଳିଗଲା କୋଇଲା ବୋଝେଇ ଟ୍ରକ, କେହି ମୃତାହତ ହୋଇନଥିବା ସୂଚନା

By Angul TV Bureau

March 10, 2023

ବଅଁରପାଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋର ନିଜସ୍ୱ ବିଦ୍ୟୁତ କାରଖାନା ବା ସିପିପି ପ୍ଲାଣ୍ଟରେ ଏକ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ମୁତାବକ, ଟ୍ରକଟି ଓଜନ କଣ୍ଟା ହେବାକୁ ଯାଇଥିବା ବେଳେ ଡ୍ରାଇଭର ଜଣକ କାଗଜପତ୍ର ପାଇଁ ଅଫିସ ଯାଇଥିଲେ। ଏହି ସମୟରେ ହଠାତ ସର୍ଟ ସର୍କିଟ ଯୋଗୁଁ ଟ୍ରକର କ୍ୟାବିନରେ ନିଆଁ ଲାଗି ଯାଇଥିଲା। ନାଲକୋର ସୁରକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ଅଗ୍ନି ନିରାପକ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।