ମୁଖ୍ୟ ଖବର

ଯନ୍ତ୍ରଣା ଦେଉଛି କୋଇଲା ଖଣି: ଧୂଳିଧୂଆଁରେ ଅତିଷ୍ଠ ହୋଇ କୋଲକରିଡର ରାସ୍ତା ଅବରୋଧ କଲେ ମଦନମୋହନପୁର ବାସୀ

By Angul TV Bureau

February 23, 2023

ତାଳଚେର: କୋଇଲା ଖଣି ପାଇଁ ଧୂଳି ଧୂଆଁ ବଢ଼ୁଥିବାରୁ ନିସ୍ତାର ପାଇଁ ରାସ୍ତା ରୋକ କରିଛନ୍ତି ତାଳଚେର ବ୍ଲକ ମଦନମୋହନପୁର ଗ୍ରାମବାସୀ। ଏହି ଗାଁ ସମ୍ପୂର୍ଣ୍ଣଭାବେ ଲିଙ୍ଗରାଜ କୋଇଲାଖଣି ଦ୍ୱାରା କ୍ଷତିଗ୍ରସ୍ତ। କିନ୍ତୁ ଏହି ଗ୍ରାମ ସହିତ ଆଖପାଖ ଅଞ୍ଚଳର ଗ୍ରାମବାସୀ ସମସ୍ତ ମୌଳିକ ସମସ୍ୟାରୁ ବଞ୍ଚିତ ଅଛନ୍ତି। ଏସବୁ ଗାଁରେ ସ୍ୱଚ୍ଛ ପାନୀୟ ଜଳ ନାହିଁ କି ଯିବା ଆସିବା ପାଇଁ ଭଲ ରାସ୍ତା ନାହିଁ। ସେହିଭଳି ଏହି ଗାଁରେ ବିଦ୍ୟୁତ ସେବା ବି ଆଜି ଯାଏଁ ମିଳିପାରିନାହିଁ। ଏସବୁ ଅସୁବିଧାଠୁ ବଳି ଯାଇଛି ଧୂଳିଧୂଆଁ ସମସ୍ୟା। ଧୂଳିଧୂଆଁରେ ଅତିଷ୍ଠ ହୋଇ ଆଜି ବାଧ୍ୟ ହୋଇ ତାଳଚେର ମଦନମୋହନପୁର ଗ୍ରାମବାସୀ ନାଏବ ସରପଞ୍ଚ ସଙ୍ଗୀତା ବେହେରା, ଗ୍ରାମ ସଭାପତି ପୁଷ୍ପଲତା ପ୍ରଧାନଙ୍କ ନେତୃତ୍ୱରେ ଲିଙ୍ଗରାଜ କୋଲ କରିଡର ରାସ୍ତା ଅବରୋଧ କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଆଗକୁ ତେଜିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।