ଘଟଣା ଓ ଦୁର୍ଘଟଣା

ସିପିପି ଗେଟ୍ ସାମ୍ନାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

By Angul TV Bureau

September 18, 2022

ଅନୁଗୁଳ: ସ୍ଥାନୀୟ ସିପିପି ପ୍ଲାଣ୍ଟର ମ୍ୟାଟେରିଆଲ ଗେଟ୍ ସମ୍ମୁଖରେ ଆଜି ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଜଳିଯାଇଛି।

ସୂଚନା ମୁତାବକ, ତାଳଚେରରୁ କୋଇଲା ବୋଝେଇ କରି ନାଲକୋ ସିପିପି ପ୍ଲାଣ୍ଟକୁ ଆସୁଥିବା ଏକ ଟ୍ରକ ହଠାତ୍ ଜଳିବାକୁ ଲାଗିଥିଲା। ଖବର ପାଇ ନାଲକୋର ନିଜସ୍ୱ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସଟ୍ ସର୍କିଟ୍ ଯୋଗୁ ଟ୍ରକରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡରେ ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।