ଘଟଣା ଓ ଦୁର୍ଘଟଣା

ଚୋରା କୋଇଲା ଭ୍ୟାନ ଜବତ, ଚାଳକ ଅଟକ

By Angul TV Bureau

March 23, 2021

ଅନୁଗୁଳ: ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଗ୍ରାମରେ ଗତକାଲି ସନ୍ଧ୍ୟାରେ ପୁଲିସ ଏକ ଚୋରା କୋଇଲା ବୋଝେଇ ଭ୍ୟାନ୍ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଭ୍ୟାନ୍ ଅନୁଗୁଳ ଆଡୁ ମହୀଧରପୁର ଦେଇ ହିନ୍ଦୋଳ ଥାନା ବାଉଁଶପୋଖରୀ ଅଭିମୁଖେ ଯାଉଥିଲା। କୋଇଲା ସହ ଭ୍ୟାନ୍ ଜବତ କରାଯିବା ଏହାର ଚାଳକ ଅନୁଗୁଳ ଥାନା ନତଡ଼ା ଗାଁର ଗଜେନ୍ଦ୍ର ନାୟକଙ୍କୁ ପୁଲିସ ଅଟକ ରଖି ପଚାରାଉଚରା ଚଳାଇଛି।