ଘଟଣା ଓ ଦୁର୍ଘଟଣା

୪ ଫୁଟିଆ ଅଜଗର ଓ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପ ମିତ୍ର

By Angul TV Bureau

March 17, 2025

ଅନୁଗୁଳ: ଅନୁଗୁଳର ବିଭିନ୍ନ ସ୍ଥାନରୁ ଏକ ଅଜଗର ଓ ଏକ ନାଗ ସାପ ଉଦ୍ଧାର କରିଛନ୍ତି ସର୍ପ ମିତ୍ର। ଗତକାଲି ସ୍ଥାନୀୟ ବିଇଡି କଲୋନୀରୁ ସର୍ପମିତ୍ର ଆଦିତ୍ୟ ବେହେରା ଏକ ୪ ଫୁଟର ନାଗସାପ ଉଦ୍ଧାର କରିଥିଲେ। ସେହିପରି ସକାଳେ ମଝିକା ଶିବମନ୍ଦିର ପାଦୁକ କୁଣ୍ଡରୁ ଏକ ୪ ଫୁଟିଆ ଅଜଗର ଉଦ୍ଧାର କରି ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ିଛନ୍ତି।

ସେହିପରି ଆଜି ସନ୍ଧ୍ୟାରେ କଲେଜ ନିକଟରେ ଥିବା ବନ ସଂରକ୍ଷକ ଓ କାର୍ଯ୍ୟ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ନାଗସାପ ପଶିଥିଲା। ବନ ବିଭାଗଙ୍କ ଠାରୁ ଖବର ପାଇ ଉକ୍ତ ସାପକୁ ମଧ୍ୟ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।