ଘଟଣା ଓ ଦୁର୍ଘଟଣା

ତେଣ୍ଟୋଲୋଇରେ ୪ ଫୁଟିଆ ବିଶାଳ ନାଗ ସାପ ଉଦ୍ଧାର

By Angul TV Bureau

July 07, 2023

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ୍ ଅନ୍ତର୍ଗତ କୁକୁଡ଼ାଙ୍ଗ ପଞ୍ଚାୟତ ତେଣ୍ଟୋଲୋଇ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବିଶାଳକାୟ ନାଗ ସାପ ଉଦ୍ଧାର ହୋଇଛି।

ସୂଚନା ମୁତାବକ, ବ୍ୟକ୍ତିଙ୍କ ପାଇଖାନା ପଛ ପାଖରେ ଏକ ବିଶାଳକାୟ ନାଗ ସାପ ଥିବାର ଘର ଲୋକେ ଦେଖିଥିଲେ। ପରେ ତୁରନ୍ତ ସାପ ଉଦ୍ଧାରକାରୀଙ୍କୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ଦଳ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ନାଗର ଲମ୍ବ ପ୍ରାୟ ୪ ଫୁଟ ହୋଇଥିବା ଜଣାଯାଇଛି।