ଘଟଣା ଓ ଦୁର୍ଘଟଣା

ଘରୁ ନାଗ ସାପ ଉଦ୍ଧାର, ହଣ୍ଡପା ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

By Swagatika Samantray

September 16, 2024

ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଗାଁ ବଇଣ୍ଡା ଗ୍ରାମର ଯଶୋବନ୍ତ ସାହୁଙ୍କ ଘରୁ ରବିବାର ଏକ ନାଗ ସାପ ଉଦ୍ଧାର ହୋଇଛି। ସାପକୁ ହଣ୍ଡପା ବନ ବିଭାଗ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଛି।ଯଶୋବନ୍ତଙ୍କ କହିବାନୁସାରେ, ତାଙ୍କ ଘର ଭିତରେ ବାହାର ଅଞ୍ଚଳରୁ ହଠାତ୍ ଏକ ନାଗ ସାପ ପଶିଯାଇଥିଲା। ପରିବାର ଲୋକେ ସାପକୁ ଦେଖି ଭୟରେ ବାହାରକୁ ପଳାଇ ଆସିଥିଲେ। ସେ ମାଧପୁର ଅଞ୍ଚଳର ସର୍ପମିତ୍ର ସିଦ୍ଧେଶ୍ଵରଙ୍କୁ ଏ ନେଇ ସୂଚନା ଦେଇଥିଲେ। ପରେ ସିଦ୍ଧେଶ୍ଵର ପହଞ୍ଚି ନାଗ ସାପକୁ ସୁରକ୍ଷିତ ଭାବେ ଘରୁ ଉଦ୍ଧାର କରି ଏକ ଜାରରେ ଭରିଥିଲେ। ହଣ୍ଡପା ବନ ବିଭାଗ ଜରିଆରେ ଉକ୍ତ ନାଗ ସାପକୁ ଜଙ୍ଗଲରେ ଛଡ଼ାଯାଇଛି।