ଘଟଣା ଓ ଦୁର୍ଘଟଣା

କୂଅରୁ ନାଗ ସାପ ଉଦ୍ଧାର

By Biswaranjan Pattnaik

January 07, 2025

ଅନୁଗୁଳ: ସୋମବାର ଛେଣ୍ଡିପଦା ବ୍ଲକ ପାତ୍ରପଡା ବିଟ ଜଙ୍ଗଲ ଅଧିକାରୀଙ୍କୁ ଖବର ମିଳିଲାକି ଗଡ଼ମଣ୍ଡଳ ଗାଁର ସ୍କୁଲ କୂଅରେ ଗୋଟିଏ ନାଗସାପ ପଡିଯାଇଛି, ଯେତେ ଚେଷ୍ଟା କଲେ ବି ଉଠି ପାରୁନି। ଖବର ପାଇଁ ସର୍ପ ମିତ୍ରଙ୍କୁ ଧରି ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସାପ ଟିକୁ ଶେଷରେ ଉଦ୍ଧାର କରାଯାଇ ପାଖ ଜଙ୍ଗଲରେ ଛାଡି ଦିଆଯାଇଥିଲା। ଏହି ଅପରେସନରେ ଗୀତା ମାଝୀ ଫରେଷ୍ଟ ଗାର୍ଡ, ଭ୍ରମର ସାହୁ, ଗଜମିତ୍ର, କୃଷ୍ଣ ମାଝୀ ଗଜମିତ୍ର, ସନାତନ ସ୍ୱାଇଁ, ହାତୀ ସ୍କ୍ୱାର୍ଡ ଏବଂ ସର୍ପ ମିତ୍ର ହିମାଂଶୁ ଭୂଷଣ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।