ଅନ୍ୟାନ୍ୟ

ବଇଣ୍ଡାରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

By Angul TV Bureau

April 17, 2021

ଅନୁଗୁଳ: କିଶୋରନଗର ବ୍ଳକ୍‌ର ବ୍ୟବସାୟିକ ପେଣ୍ଠସ୍ଥଳ ବଇଣ୍ଡା ଶାହା କମ୍ପ୍ଲେକ୍ସଠାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ଅନୁଗୁଳ ଶାଖା ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରକଳ୍ପ ଦ୍ବାରା ବଇଣ୍ଡା ବଜାରର ଜନସାଧାରଣ ଥଣ୍ଡା, ଶୁଦ୍ଧ ପାନୀୟ ଜଳ ପାଇପାରିବେ । ରାମଗୋପାଲ ଶାହା ତାଙ୍କ ପତ୍ନୀଙ୍କ ସ୍ମୃତିରେ ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହଯୋଗ କରିଛନ୍ତି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସଂଗଠନର ପ୍ରାନ୍ତୀୟ ଉପାଧ୍ୟକ୍ଷ ପୁରୁଷୋତ୍ତମ ଅଗ୍ରୱାଲ, ପ୍ରାନ୍ତୀୟ ଉପଦେଷ୍ଟା ଜିତେନ୍ଦ୍ର ଗୁପ୍ତା, ଶାଖା ଅଧ୍ୟକ୍ଷ ରମେଶ ଶାହା, ସଚିବ ରୋହିତ ଲିହାଲା, ସଦସ୍ୟ ନନ୍ଦୁଲାଲ ଅଗ୍ରୱାଲ, ମହାବୀର ଅଗ୍ରୱାଲ, କିଶୋରୀ ସରଲିଆ, ଲଡୁକିଶୋର ଅଗ୍ରୱାଲ, ରାଜେଶ ଜିନ୍ଦଲ, ଆନନ୍ଦ ଅଗ୍ରୱାଲ, ହରିକିଶନ ଅଗ୍ରୱାଲ ଏବଂ ମହେଶ ଶାହା ପ୍ରମୁଖ ଉପସ୍ଥିତ ଥିଲେ ।