ଅନୁଗୁଳ: ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଶିକ୍ଷକ ଓ ନନ୍ ଟିଚିଂ ଷ୍ଟାଫ୍ଙ୍କୁ ମିଶାଇ ୧୧ ଜଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଏଡିଇଓ ପ୍ରତିଭା ବାରିକ,ଅଜୟ କୁମାର ପାତ୍ର,ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ୧୧ ଜଣଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରିବା ଶହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା ମଧ୍ୟ ଆଜି ଅବସର ଗ୍ରହଣ କରିଥିଲେ।ଏହାଛଡା ୨୮ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବିଭିନ୍ନ ବିଇଓ ଅଫିସରେ ଭାର୍ଚୁଆଲ ମୋଡ଼ରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।