ମୁଖ୍ୟ ଖବର

ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ ଘୋଷଣା କଲେ ଜିଲ୍ଲାପାଳ, ମାସେ ଯାଏଁ ଗାଡ଼ି ରଖିପାରିବେନି ଲୋକେ

By Biswaranjan Pattnaik

July 02, 2025

ଅନୁଗୁଳ: ଅନୁଗୁଳ ଜେଲ୍ ସାମ୍ନା ରାସ୍ତାରୁ ୫୫ ନମ୍ବର ଜାତୀୟ ରାଜପଥ ବା ଅଦ୍ଵୈତ ମାର୍ଗକୁ ନୋ ପାର୍କିଂ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ଆଜି ଏହି ଘୋଷଣା କରିଛନ୍ତି। ଏହି ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାର୍କିଂ କରିବା ଦ୍ୱାରା ଜିଲ୍ଲା କାର୍ଯ୍ୟାଳୟକୁ ଯିବା ଆସିବା କରିବାରେ ସମସ୍ୟା ହେଉଛି। ତେଣୁ ମୋଟର ଭେଇକଲ ଆକ୍ଟ ୧୯୭୫ ର ଧାରା ୧୭୩ ବଳରେ ଜିଲ୍ଲାପାଳ ଆଜିଠାରୁ ଏକ ମାସ ପାଇଁ ଏହି ସ୍ଥାନକୁ ନୋ ପାର୍କିଂ ଜୋନ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ଆଗରୁ ଅନେକ ଥର ଆଞ୍ଚଳିକ ପରିବହନ ବିଭାଗ ଓ ପୌରପାଳିକା ତରଫରୁ ସାଇନ୍ ବୋର୍ଡ ଲଗାଯାଇ ଏହି ସ୍ଥାନକୁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା। ତେଣୁ ଜିଲ୍ଲାପାଳ ଆଜି ଏନେଇ ଲିଖିତ ନିର୍ଦ୍ଦେଶ ଜାରି କରିଥିବା ସୂଚନା ମିଳିଛି।