ମୁଖ୍ୟ ଖବର

ଜିଲ୍ଲାପାଳ ଅନୁଗୁଳ ମହାବିଦ୍ୟାଳୟ ବୁଲି ଦେଖିଲେ

By Biswaranjan Pattnaik

January 08, 2026

ଅନୁଗୁଳ: ବୁଧବାର ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତର ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବୁଲି ଦେଖିବା ସହ ଅଧ୍ୟକ୍ଷ ଡ଼ା ନୀଳାଞ୍ଚଳ ପଟେଲଙ୍କ ସହ ଏହାର ଭିତ୍ତି ଭୂମି ନେଇ ଆଲୋଚନା କରିଥିଲେ। ଅନୁଗୁଳ ମହାବିଦ୍ୟାଳୟ ରେ ଏବେ ଯୁକ୍ତ ଦୁଇ,ଯୁକ୍ତ ତିନି ଏବଂ ପିଜି ପିଲା ମିଶି ୬ ହଜାର ରୁ ଉର୍ଦ୍ଧ୍ବ ଅଧ୍ୟୟନ କରୁଛନ୍ତି।ଆବଶ୍ୟକ ଶ୍ରେଣୀ ଅଭାବରୁ ଦୁଇଟି ସିଫ୍ଟରେ କଲେଜ ଚାଲିଛି। ପିଲାଙ୍କ ପାଇଁ ଏବଂ ଅନ୍ୟାନ୍ୟ ଲାବ୍ ଓ କମନ୍ ରୁମର ଆବଶ୍ୟକତା ଅଛି। ଏବେ ଶହେରୁ ଉର୍ଦ୍ଧ୍ବ ଶ୍ରେଣୀର ଆବଶ୍ୟକତା ରହିଥିବା ଜଣାପଡିଛି। ସେହିଭଳି ଲାଇବ୍ରେରୀରେ ଅଧିକ ପିଲା ବସି ପଢ଼ି ପାରୁନଥିବାରୁ ଏକ ବଡ଼ ଲାଇବ୍ରେରୀର ଆବଶ୍ୟକତା ଅଛି।

ସେହିଭଳି ଅଡିଟରୀୟମର ପୁନରୁଦ୍ଧାର ର ଆବଶ୍ୟକତା ରହିଛି। କଲେଜରେ ଲିଫ୍ଟ, ସିଶିଟିଭି,ଅଗ୍ନି ନିର୍ବାପକ ଯନ୍ତ୍ରର ମଧ୍ୟ ଆବଶ୍ୟକତା ରହିଛି।ଜିଲ୍ଲାପାଳ ଏସବୁ ସମସ୍ୟା ଉପଲବ୍ଧି କରିବା ପରେ ପାଣ୍ଠି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।