ମୁଖ୍ୟ ଖବର

କଲେଜ ଛାତ୍ରୀ ଅପହରଣ ଓ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

By Angul TV Bureau

June 25, 2026

ଅନୁଗୋଳ: କଲେଜ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଅନୁଗୋଳ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପରତରା ଗାଁର କ୍ରିଷ୍ଣା ଜେନା। ଗୁରୁବାର ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି।ଘଟଣା ଅନୁଯାୟୀ, କିଛି ଦିନ ପୂର୍ବରୁ କ୍ରିଷ୍ଣା ଜେନା ଜଣେ କଲେଜ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଫେରାର ହୋଇଯାଇଥିଲେ। ପରେ ଉକ୍ତ ଯୁବତୀଙ୍କୁ ଅନୁଗୋଳ ରେଳ ଷ୍ଟେସନରେ ଛାଡ଼ିଦେଇ ଅଭିଯୁକ୍ତ ପଳାଇଥିଲା। ଏନେଇ ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ-୨୧୩/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ବେଳେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ସୂଚନା ମିଳିଥିଲା। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ କ୍ରିଷ୍ଣା ଜେନାକୁ କାବୁ କରିଥିଲା। ବର୍ତ୍ତମାନ ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।