ମୁଖ୍ୟ ଖବର

କଲେଜ କ୍ଲାସ ରୁମରେ ଛାତ୍ରଛାତ୍ରୀଙ୍କ ଅଶ୍ଳୀଳ କାର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

By Angul TV Bureau

July 24, 2022

ଅନୁଗୁଳ: କ୍ୟାମେରାରେ କଏଦ ହେଲା ଛାତ୍ରଛାତ୍ରୀଙ୍କ ଅନୈତିକ କାର୍ଯ୍ୟକଳାପ। ଦୁଇ ଛାତ୍ରଛାତ୍ରୀଙ୍କ ଅଶାଳୀନ ଭିଡିଓ ଏବେ ସହରର ବିଭିନ୍ନ ଲୋକଙ୍କ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ପ୍ରେମୀ ଯୁଗଳଙ୍କ ୟୁନିଫର୍ମରୁ ଦୁହେଁ ଏକ ପ୍ରତିଷ୍ଠିତ କଲେଜର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି। ଏହି ଭିଡିଓଟି ୧୬ ତାରିଖର ବୋଲି କୁହାଯାଉଛି।

ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସିସିଟିଭି ରେ ରେକର୍ଡ଼ ହୋଇଛି। ଭିଡିଓରେ ଦେଖାଯାଇଛି ଯେ ମନିଟର୍‌ରେ ଏ ଦୃଶ୍ୟକୁ କେହି ଦେଖୁଥିବା ବେଳେ ପଛରୁ ମୋବାଇଲ୍ ରେ ଏହାକୁ ରେକର୍ଡ କରାଯାଇଛି। ଭିଡିଓରେ ଛାତ୍ରଛାତ୍ରୀ ଅସଂଯତ ଅବସ୍ଥାରେ ଅଛନ୍ତି। ଏହି ଭାଇରାଲ ପଛରେ କଲେଜ କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ୨ ମିନିଟ୍ ୮ ସେକେଣ୍ଡର ଏହି ଭିଡ଼ିଓ ଏବେ ସହର ସାରା ଚର୍ଚ୍ଚାରେ ଥିବା ବେଳେ ଏନେଇ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।