ଘଟଣା ଓ ଦୁର୍ଘଟଣା

ସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

By Angul TV Bureau

November 17, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମାଟିଆ ସାହି ପଞ୍ଚାୟତର ଜଣେ ସ୍କୁଲ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଜୋରଜବଦସ୍ତ ଭଲ ପାଇବା ପାଇଁ ବାଧ୍ୟ କରିବା ଏବଂ କମେଟ ମାରିବାକୁ ନେଇ ଛାତ୍ରୀର ମା’ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ସୂଚନା ଅନୁସାରେ, ମିନି ସାହୁ(ଛଦ୍ମ ନାମ) ନବମ ଶ୍ରେଣୀର ଛାତ୍ରୀ। ସେହି ସ୍କୁଲର ନବମ ଶ୍ରେଣୀ ଛାତ୍ର ଅନନ୍ତ ପ୍ରଧାନ (ଛଦ୍ମ ନାମ ) ମିନିଙ୍କୁ ପ୍ରତ୍ୟହ ଭଲ ପାଏ ବୋଲି କହୁଥିଲା। ମିନି ଏ କଥାରେ ରାଜି ନ ହେବାରୁ ଅନନ୍ତ ଅଶ୍ଳିଳ ଭାଷାରେ କମେଟ ମାରୁଥିଲା। ମଙ୍ଗଳବାର ମିନି ସ୍କୁଲରୁ ଘରକୁ ଫେରୁ ଥିବା ବେଳେ ଅନନ୍ତ ତା ସାଇକେଲକୁ ଟାଣି ଧରିଥିଲା। ଏ କଥା ମିନି ତା ମା’ ଓ ଭାଇଙ୍କୁ ଜଣାଇ ଥିଲା। ମିନି ର ଭାଇ ଓ ବଡ଼ବାପା ପୁଅ ଭାଇ ଅନନ୍ତଙ୍କ ଘରକୁ ପଚାରିବା ପାଇଁ ଯାଇଥିଲେ। ଏଥିରେ ଅନନ୍ତର ଭାଇ, ବାପା, ମା’ ଓ ଆଉ କିଛି ଲୋକ ମିଶି ମାଡ଼ ମାରିବାରୁ ମିନିର ବବା ପୁଅ ଗୁରୁତର ହୋଇଥିଲେ। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏ ନେଇ ମିନିର ମା’ ବନ୍ତଳା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।