ଅନୁଗୁଳ : ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କଣ୍ଯାବଣିଆ ଗାଁରେ ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ଘରୋଇ ଗଣ୍ଡଗୋଳରୁ ରବିବାର ରାତିରେ ଗାଁର ଧରଣୀ ନାଏକଙ୍କ ପୁଅ କ୍ଷିତିଷ ନାଏକ(୨୪) ବିଷ ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ଅନୁଗୁଳ ପୁଲିସ ଶବକୁ ଜବତକରି ସେମବାର ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଛି।