ଘଟଣା ଓ ଦୁର୍ଘଟଣା

ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

By Swagatika Samantray

March 06, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁଠାରେ ସୋମବାର ସକାଳେ ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ତାଳଚେର ସହରର ଅମଲାପଡ଼ାର ଯୁବରାଜ ଆଦିତ୍ୟ ସିଂହ(୨୦) ସକାଳ ୮ଟାରେ ଘରୁ ଛେଣ୍ଡିପଦା ମାଇନିଂ କଲେଜକୁ ପାଠପଢ଼ିବା ପାଇଁ ବାହାରିଥିଲେ। ତେବେ ବଳରାମପ୍ରସାଦ ନିକଟ ଏକ କେନାଲ ନିକଟରେ ଥିବା ଗଛରେ ତାଙ୍କ ମୃତ ଦେହ ଏକ ଗାମୁଛାରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଶବକୁ ଜବତକରି ଘଟଣାର ତଦନ୍ତକରୁଛି। ଘରୁ ଆଦିତ୍ୟ ଠିକରେ ବାହାରିଥିଲେ। କୌଣସି ଝଗଡ଼ା ହୋଇନଥିଲା। ତେବେ କାହିଁକି ଆତ୍ମହତ୍ୟା କରିଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦକରି ଘଟଣାର ତଦନ୍ତ କରୁଛି।