ମୁଖ୍ୟ ଖବର

ଅଧାପନ୍ତରିଆ ଅବସ୍ଥାରେ ସାମାଜିକ ଗୃହ, ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

By Angul TV Bureau

November 11, 2026

ଅନୁଗୋଳ: ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି, ଅଧାରେ ଅଟକିଛି ସାମାଜିକ ଗୃହ ନିର୍ମାଣ। ଫଳରେ ହଇରାଣ ହେଉଛନ୍ତି ସରଧାପୁର ଦଳିତ ସାହିର ୨୦ରୁ ୨୫ଟି ପରିବାର।

ଅନୁଗୋଳ ବ୍ଲକ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସରଧାପୁର ଗ୍ରାମପଞ୍ଚାୟତର ଦଳିତ ସାହିରେ ନିର୍ମାଣାଧୀନ ସାମାଜିକ ଗୃହଟି ଦୀର୍ଘଦିନ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଛି। ପୂର୍ବତନ ବିଧାୟକଙ୍କ ପାଣ୍ଠିରୁ ୨ ଲକ୍ଷ ଟଙ୍କା ମଞ୍ଜୁର ହେବା ପରେ ଗୃହ ନିର୍ମାଣ କାର୍ଯ୍ୟ ପ୍ଲିନ୍ଥ ସ୍ତର ପର୍ଯ୍ୟନ୍ତ ହୋଇଥିଲା। ମାତ୍ର ଏହାପରେ କାମ ବନ୍ଦ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସାମାଜିକ କାର୍ଯ୍ୟକ୍ରମ, ସଭାସମିତି ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ସାହିରେ ଅନ୍ୟ କୌଣସି ସ୍ଥାନ ନଥିବାରୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। ବିଶେଷକରି ବର୍ଷାଦିନେ ସମସ୍ୟା ଅଧିକ ହେଉଛି।

ଏହି ପରିପ୍ରେକ୍ଷୀରେ ଏହି ଗୃହ ନିର୍ମାଣ ଶେଷ କରିବାକୁ ଆବଶ୍ୟକ ଅନୁଦାନ ଯୋଗାଇଦେବା ପାଇଁ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ସାହିବାସୀ ଲିଖିତ ଭାବେ ନିବେଦନ କରିଛନ୍ତି।