ମୁଖ୍ୟ ଖବର

ଡ୍ରୋନ ସର୍ଭେ କରିବାକୁ ଆସିଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ, ଥାନାରେ ମାମଲା

By Angul TV Bureau

March 03, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାଲୁଇଖମଣ ଗାଁ ନିକଟରେ ଜିଏମଡିସି କମ୍ପାନୀ ପକ୍ଷରୁ ସର୍ଭେ ଚାଲିଥିବା ବେଳେ ସ୍ଥାନୀୟ ଲୋକେ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଏ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଜିଏମଡିସି କମ୍ପାନୀର ସହକାରୀ ସର୍ଭେ ମ୍ୟାନେଜର ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ୪ଜଣ କର୍ମଚାରୀ ଫେବ୍ରୁଆରୀ ୨୮ ତାରିଖ ଅପରାହ୍ନରେ ଡ୍ରୋନ ସର୍ଭେ କରିବାକୁ ପୋଡାପଡା ଜଙ୍ଗଲ ମୌଜାକୁ ଯାଇଥିଲେ। ଏହି ସମୟରେ ସାଲୁଇଖମଣ ଗ୍ରାମର ପ୍ରାୟ ୧୫ଜଣରୁ ଊର୍ଦ୍ଧ୍ବ ବ୍ୟକ୍ତି ସେଠାରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାର୍ ପିଟ କରିଥିଲେ। ଏହା ପରେ ସେମାନଙ୍କୁ ଗାଁ କୋଠଘର ନିକଟକୁ ଆଣି ଅଟକ ରଖି ଥିଲେ।

ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଏନେଇ ଛେଣ୍ଡିପଦା ଥାନାରେ କେସ ନଂ ୯୭/୨୫ରେ ଏକ ମାମଲା କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।