ଅନ୍ୟାନ୍ୟ

ଆଜାଦି କି ଅମୃତ ମହୋତ୍ସବ: ଝୁମ୍ପୁଡି ବସ୍ତିରେ ଗୀତ, ନାଚ, ଝୋଟି ଓ ଡ୍ରଇଂ ପ୍ରତିଯୋଗିତା

By Angul TV Bureau

October 04, 2022

ଆଠମଲ୍ଲିକ: ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୭୫ ତମ ଆଜାଦି କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଏନଏସି ଅଞ୍ଚଳରେ ଥିବା ବିଭିନ୍ନ ଝୁମ୍ପୁଡି ବସ୍ତିଗୁଡ଼ିକରେ ଗୀତ, ନାଚ, ଝୋଟି ଓ ଡ୍ରଇଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଗତ ସେପ୍ଟେମ୍ବର ୧୭ରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ୩୦ ରେ ସରିଛି। ୱାର୍ଡ ନମ୍ବର ୧, ୨ ଓ ୩ର ୨ ଟି ଲେଖାଏଁ ବସ୍ତିରେ ଓ ୭, ୧୧ ନମ୍ବର ୱାର୍ଡର ୧ ଟି ଲେଖାଏଁ ବସ୍ତିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରବିବାର ଗାନ୍ଧି ଜୟନ୍ତୀ ଉପଲକ୍ଷେ ପ୍ରଥମେ ଏନଏସି ପକ୍ଷରୁ ଅଧ୍ୟକ୍ଷା ଆଶାକୁମାରୀ ସାହୁଙ୍କ ସମେତ ନିର୍ବାହୀ ଅଧିକାରୀ, ଉପାଧ୍ୟକ୍ଷ, କାଉନସିଲର ଓ କର୍ମଚାରୀମାନେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ଟାଉନହଲରେ ଆୟୋଜିତ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଆଶାକୁମାରୀ ସାହୁଙ୍କ ସମେତ ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, କାଉନସିଲର ସିଲି ମୁଣ୍ଡା, ଇବ୍ରାହିମ ଖାନ, ପ୍ରୀତି ନାଏକ, ମଞ୍ଜରୀ ଦନ୍ତା, ସୌରଭ ସନ୍ଦୀପ ଦାସ, ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ଓ ଏନଏସିର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।