ଘଟଣା ଓ ଦୁର୍ଘଟଣା

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ମା’

By Angul TV Bureau

June 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ସମ୍ବଲପୁର ଅଞ୍ଚଳର କ୍ରିଷ୍ଣା ନାମକ ଜଣେ ଯୁବକ ଅପହରଣ କରିନେଇଥିବା ନେଇ ତାଙ୍କ ମା’ ହଣ୍ଡପା ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ନମ୍ବର ୨୨୧/୨୫ ରେ ଏକ ମାମଲା ରୁଜୁ କରିଛି।ପୋଲିସ କହିଛି ଯେ ନାବାଳିକା କଲେଜକୁ ପଢ଼ିବା ପାଇଁ ଆସିଥିବା ବେଳେ ତାଙ୍କୁ କ୍ରିଷ୍ଣା ଅପହରଣ କରିନେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି।