ମୁଖ୍ୟ ଖବର

କରେଣ୍ଟ ଲାଗି ପୁଅର ମୃତ୍ୟୁ, ବିଦ୍ୟୁତ ବିଭାଗ ନାଁରେ ଥାନାରେ ଅଭିଯୋଗ କଲେ ବାପା

By Angul TV Bureau

July 26, 2025

ଅନୁଗୁଳ: କରେଣ୍ଟ ଲାଗି ପୁଅର ମୃତ୍ୟୁ ପରେ ବିଦ୍ୟୁତ ବିଭାଗ ନାଁରେ ଅଭିଯୋଗ କରିଛନ୍ତି ବାପା। ଅନୁଗୁଳ ଜିଲ୍ଲା କିଶୋରନଗର ଥାନାରେ ହରିଡାନାଳୀ ଗ୍ରାମର ବସନ୍ତ ଦେହୁରୀ ଏଭଳି ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ବସନ୍ତଙ୍କ ୫ ବର୍ଷର ପୁଅ ମଧୁସୂଦନଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ବିଭାଗର ଅବହେଳାରୁ ଟ୍ରାନ୍ସଫର୍ମର ଖୋଲାମେଲା ଅବସ୍ଥାରେ ବିପଦ ସଂକୁଳ ସ୍ଥିତିରେ ପଡ଼ିଥିଲା। ଫଳ ସ୍ୱରୂପ ତାଙ୍କ କୁନି ପୁଅର ଜୀବନ ଗଲା। ଏଣୁ ବିଦ୍ୟୁତ ବିଭାଗକୁ ଦାୟୀ କରି ସେ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ କ୍ରମେ ପୋଲିସ ୨୦୨/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।