ଅନ୍ୟାନ୍ୟ

ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅନୁଗୁଳ ବ୍ଲକ ସରପଞ୍ଚ ଓ ଅନ୍ୟ ଲୋକ ପ୍ରତିନିଧି

By Angul TV Bureau

December 14, 2022

ଅନୁଗୁଳ: ଅନୁଗୁଳ ବ୍ଲକ ସମିତିର ପ୍ରତିନିଧି ଏବଂ ସରପଞ୍ଚଙ୍କ ଅଜ୍ଞାତରେ ଯନ୍ତ୍ରୀମାନେ ମନ ଇଚ୍ଛା ବିଭିନ୍ନ ଯୋଜନାକୁ କାର୍ଯ୍ୟ କରିବା, ସମିତିର ବୈଠକକୁ ଜାଣି ଶୁଣି ଏଡାଇ ଦେବା ଓ ସହଯୋଗ ନ କରିବା ଆଦି ବିଷୟରେ ମଙ୍ଗଳବାର ସରପଞ୍ଚ ଓ ସମିତି ସଭ୍ୟ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଅନୁଗୁଳ ବ୍ଲକରେ ଥିବା ପଞ୍ଚାୟତର ନବ ନିର୍ବାଚିତ ଲୋକ ପ୍ରତିନିଧି ତଥା ସରପଞ୍ଚ ଏବଂ ସମିତି ସଭ୍ୟ ଗଣ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିଲେ। ଅନୁଗୁଳ ବ୍ଲକର ଯନ୍ତ୍ରୀମାନଙ୍କ ମନମୁଖୀ କାର୍ଯ୍ଯଙ୍କୁ ଦୃଢ଼ ନିନ୍ଦା କରି ଲୋକ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଏହି ଘଟଣା ବିଷୟରେ ଏକ କମିଟି ଗଠନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।