ଅନ୍ୟାନ୍ୟ

ଧାନ ମଣ୍ତିରେ ଘୋଟାଲା, ଜିଲ୍ଲାପାଳଙ୍କୁ ଅଭିଯୋଗ

By Sanjeeb Biswal

January 08, 2021

ଖାମର: ପାଳଲହଡ଼ା ବ୍ଲକ୍‌ ଅନ୍ତର୍ଗତ ଖମାର ସେବା ସମବାୟ ଧାନ ମଣ୍ତିରେ ବଡ଼ଧରଣର ଘୋଟାଲା ହୋଇଥିବା ନେଇ ଚାଷୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅଭିଯୋଗ କରିଛନ୍ତି। ଖମାର ଡାକବଙ୍ଗଳାଠାରେ ଜିଲ୍ଲାପାଳ, ଏଡିଏମ୍‌ଙ୍କୁ ଗିରିଶ ପ୍ରଧାନ, ଅଲେଖ ପ୍ରଧାନ, ସଞ୍ଜୟ ପ୍ରଧାନ, ବୁବୁଲ ପ୍ରଧାନ ଓ ଶଶୀକାନ୍ତ ପ୍ରଧାନ ପ୍ରମୁଖ ଚାଷୀ ଲିଖିତ ଅଭିଯୋଗ କରିଛନ୍ତି। କୋଟିଆବେଡ଼ା ଓ ଓଡ଼ଶା ଗ୍ରାମର ଚାଷୀମାନେ ଖମାର ସେବା ସମବାୟ ସମିତିରେ ଖରିଫ ଧାନ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଥିଲେ। ହେଲେ ସେମାନଙ୍କ ନାମରେ ଟୋକନ ଆସିନଥିବା ସଂପାଦକ କହୁଛନ୍ତି। ବ୍ୟବସାୟୀଙ୍କ ସ୍ୱାର୍ଥରେ ଚାଷୀଙ୍କୁ ଜାଣିଶୁଣି ଉପେକ୍ଷା କରାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ଏଡିଏମ୍‌ଙ୍କୁ ନିର୍ଦେଶ ଦେଇଛନ୍ତି।ଚଳିତ ବର୍ଷ ଖରିଫ ଧାନ ଦେବାକୁ ୩୧୨ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୮ ଜଣ ଚାଷୀ ଧାନ ଦେଇସାରିଲେଣି। ମୋଟ ୧୯୮୫ କ୍ବିଣ୍ଟାଲ୍‌ ୩୨ କିଲୋ ଧାନ ସ˚ଗ୍ରହ ହୋଇଛି।