ଅନ୍ୟାନ୍ୟ

ଜିଲ୍ଲା ବିଜେପି ଉପସଭାପତି ମନୋଜ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

By Angul TV Bureau

September 22, 2022

ତାଳଚେର: ତାଳଚେରର ଯୁବ ନେତା ଇଂ ମନୋଜ ପ୍ରଧାନ ଅନୁଗୁଳ ଜିଲ୍ଲା ବିଜେପିର ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ନୂଆ ପଦବୀ ପାଇବା ପରେ ତାଙ୍କୁ ଡେରା ଠାରେ ସମ୍ବର୍ଦ୍ଧିତ କରାଯାଇଛି। ଏ ଅବସରରେ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ, ବନ୍ତୋଲ, ନରହରିପୁର, ରାମସେନା, ପି.ଆଇ.ଏଲ୍. ଠିକା ଶ୍ରମିକ ସଂଘ, ଜିଲିଣ୍ଡା, ଯୁବ ସଂଗଠନ, କଙ୍କିଳି, ଧରମପୁର, ହେଁସମୂଳ, ଡଅଁରା, ପଦ୍ମାବତୀପୁର, ଜଗନ୍ନାଥପୁର, ଟେଂଟୁଲେଇ, ଜରଡା, କମରେଇ, ତାଳଚେର ପୌରାଞ୍ଚଳର ବିଭିନ୍ନ ୱାର୍ଡର ସମର୍ଥକ ଓ ଶୁଭେଚ୍ଛୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଆଗାମୀ ଦିନରେ ଶ୍ରୀ ପ୍ରଧାନ ଜିଲ୍ଲାରେ ବିଜେପିର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏ ଅବସରରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦି ସାମଲ, ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।