ଘଟଣା ଓ ଦୁର୍ଘଟଣା

କାଉନସିଲରଙ୍କ ଉପରେ ଆକ୍ରମଣକୁ ନିନ୍ଦା

By Biswaranjan Pattnaik

August 04, 2022

ଅନୁଗୁଳ: ଅନୁଗୁଳ ପୌର ପରିଷଦର କାଉନସିଲରଙ୍କ ଉପରେ ଆକ୍ରମଣକୁ ପୌର ପରିଷଦ ତରଫରୁ ନିନ୍ଦା କରାଯାଇଛି। ସୂଚନା ଯେ, ବୁଧବାର ରାତି ପ୍ରାୟ ୧୦ଟାବେଳେ କାଉନସିଲର ରଣଜିତ ମାଣ୍ଡୋଠିଆ ବଜାରରେ ଥିବା ତାଙ୍କ ଦୋକାନ ବନ୍ଦକରି ଘରକୁ ଫେରିବାବେଳେ ଗାନ୍ଧିମାର୍ଗ ନିଜ ଘରକୁ ଫେରୁଥିବା ବେଳେ ବାଇକ ଅରୋହି ଦୁଇଜଣ ଯୁବକ ହଠାତ ତାଙ୍କ ନିକଟରେ ପହଞ୍ଚି ଗାଳିଗୁଲଜ କରିବା ସହ ବାଇକରେ ବସିଥିବା ଜଣେ ଯୁବକ ଟାଙ୍ଗିଆ ବାହାର କରି ରଣଜିତଙ୍କୁ ଆକ୍ରମଣ କରିଥିଲା।

ଟାଙ୍ଗିଆ ଚୋଟ ରଞ୍ଜିତଙ୍କ କାନ୍ଧରେ ହାଲୁକାଭାବେ ଲାଗିଥିବା ବେଳେ ତାଙ୍କ ପାଟି ଶୁଣି ଯୁବକ ୨ ଜଣ ପଳାଇଥିଲେ। ବ୍ୟକ୍ତିଗତ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆକ୍ରମଣ ଘଟଣା ପରେ ପୌର ପରିଷଦର ସ୍ୱତନ୍ତ୍ର ବୈଠକ ବସିଥିଲା। ରଞ୍ଜିତଙ୍କ ଉପରେ ଆକ୍ରମଣକୁ ସବୁ ଦଳ ପକ୍ଷରୁ ନିନ୍ଦା କରାଯାଇଥିଲା। ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତଙ୍କ ନେତୃତ୍ୱରେ କାଉନସିଲରମାନେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ଜଗମୋହନ ମୀନାଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।