ଘଟଣା ଓ ଦୁର୍ଘଟଣା

ଡାକ୍ତରଖାନା ସିକ୍ୟୁରିଟି ଓ ରୋଗୀଙ୍କ ସଂପର୍କୀୟ ମୁହାଁ ମୁହିଁ

By Biswaranjan Pattnaik

December 05, 2023

ଅନୁଗୁଳ: ଆଜି ଅପରାହ୍ନ ଚାରିଟା ସମୟରେ ଅନୁଗୁଳ ଡାକ୍ତରଖାନା ପରିସରରେ ସିକ୍ୟୁରିଟି ଓ ସ୍ଥାନୀୟ କିଛି ଯୁବକଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା। ଗୋଟିଏ ବସ୍ତିର ଦୁଇଜଣ ଯୁବକ ଦେହ ଦେଖାଇବାକୁ ଅନୁଗୁଳ ଡାକ୍ତରଖାନା ଆସିଥିଲେ। ସେମାନେ ବାଇକ୍ ଟିକୁ ଯେଉଁ ସ୍ଥାନରେ ରଖିଥିଲେ,ତାକୁ ନେଇ ସିକ୍ୟୁରିଟି ଆପତ୍ତି ଉଠାଇଥିଲେ। ଏଇ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଘଟିଥିଲା। ଏହାପରେ ଜଣେ ସିକ୍ୟୁରିଟି ସୂପର୍ଭାଇଯର ଜଣେ ଯୁବକଙ୍କୁ ରାଗିଯାଇ ଚାପୁଡ଼ା ମାରିଥିଲେ। ଏହାପରେ ଦୁଇଜଣ ଯାକ ଯୁବକ ପଳାଇଯାଇ କିଛି ସମୟ ଭିତରେ ଅଧିକ ପିଲାଙ୍କସହ ଆସି ମାରଣାସ୍ତ୍ର ଦେଖାଇ ସିକ୍ୟୁରିଟିଙ୍କୁ ଧମକ ଚମକ୍ ଦେଇଥିଲେ। କିନ୍ତୁ ଠିକଣା ସମୟରେ ଅଧିକ ନିରାପତ୍ତା ରକ୍ଷୀ ପହଞ୍ଚି ଯିବାରୁ ଯୁବକମାନେ ପଳାଇଥିଲେ।