ଅନ୍ୟାନ୍ୟ

ଏବିଭିପି ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ: ୧୭୮ ଜଣଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ

By Angul TV Bureau

May 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ସଭାଗୃହରେ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପାଳଲହଡ଼ା ନଗର ସଭାପତି ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ମୁଖ୍ୟଅତିଥି ଭାବେ ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶଶାଙ୍କ ଶେଖର ପ୍ରଧାନ, ସମ୍ମାନିତ ଅତିଥି ଭାବେ ମଦନ ମୋହନ ପ୍ରଧାନ, ସରୋଜ କୁମାର ପ୍ରଧାନ, ଅବିନାଶ ଦୁବେ, ନଗର ସମ୍ପାଦକ ସାଇ ବିଘ୍ନେସ ସାହୁ, ଜିଲ୍ଲା ସଂଯୋଜକ ଆଶିଷ କୁମାର ବେହେରା, ଜିଲ୍ଲା ସଂଗଠନ ମନ୍ତ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

ପୁରାତନ କାର୍ଯ୍ୟକର୍ତ୍ତା ସରୋଜ ସାହୁ, ହରେକୃଷ୍ଣ ପ୍ରଧାନ, ଧର୍ମେନ୍ଦ୍ର ମହାନ୍ତ, ଅବନୀ ପ୍ରଧାନ, କୁମୁଦ ରଞ୍ଜନ ଦେହୁରୀ, ଅଧ୍ୟାପକ ଜୟଦେବ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୧୭୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଏବିଭିପିର କାର୍ଯ୍ୟକର୍ତ୍ତା ଜାହ୍ନବୀ ସନ୍ୟାଲ, ହରପ୍ରିୟା ସାହୁ, ସରସ୍ଵତୀ ସାହୁ, ଜ୍ୟୋସ୍ନାମୟୀ ଗଡ଼ନାୟକ, ପ୍ରିତିଷ୍ଣା ବେହେରା, ରାଜଲକ୍ଷ୍ମୀ ବେହେରା, ଗୀତାଞ୍ଜଳି ନାୟକ, ମୋନାଲିସା ସାହୁ, ଦେବସ୍ମିତା ବିଶ୍ଵାଳ, ରାଜଲକ୍ଷ୍ମୀ ମହାନ୍ତି, ଗୋପୀନାଥ ବେହେରା, ଅଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ନଗର ସହ ସମ୍ପାଦକ ପ୍ରିୟାଂଶୁ ପ୍ରିୟଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।