ଅନ୍ୟାନ୍ୟ

ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ରୋଟାରୀ ପବ୍ଲିକ୍ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା

By Angul TV Bureau

May 13, 2023

ଅନୁଗୁଳ: ପ୍ରକାଶ ପାଇଛି ଚଳିତ ବର୍ଷର ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ। ଏ ଅବସରରେ ଆଜି ରୋଟାରୀ ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ସୂଚନା ଯେ, ଅନୁଗୁଳ ସହର ସ୍ଥିତ ରୋଟାରୀ ପବ୍ଲିକ୍ ସ୍କୁଲରେ ଆଜି ୯୦ ପ୍ରତିଶତରୁ ଅଧିକ ରଖିଥିବା ମାର୍କର ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲ ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଦଶମ ଶ୍ରେଣୀର ୧୭ ଜଣ ଏବଂ ଦ୍ୱାଦଶ ଶ୍ରେଣୀର ୮ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।