ଅନ୍ୟାନ୍ୟ

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

By Angul TV Bureau

June 05, 2024

ଅନୁଗୁଳ: ସ୍ଥାନୀୟ ପଞ୍ଚମହଲାଠାରେ ଅବସ୍ଥିତ ଆଦର୍ଶ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ତରଫରୁ ସିବିଏସ୍‌ଇ ପରୀକ୍ଷାର ଦଶମ ଓ ଦ୍ବାଦଶ ଶ୍ରେଣୀରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ଡ. ଧରଣୀଧର ନାଥ ଓ ମୁଖ୍ୟବକ୍ତା ଭାବରେ ଅନୁଗୁଳ ବିଏଡ୍‌ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଚୈତନ୍ୟ ସାହୁ ଯୋଗଦେଇ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ ପ୍ରଦାନ କରିଥିଲେ। ପ୍ରଥମେ ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡୁ କୃତୀ ଛାତ୍ରଛାତ୍ରୀଙ୍କର ସଫଳତାର ବିବରଣୀ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଦର୍ଶ ଗ୍ରୁପ୍‌ର ପ୍ରାଣ ପ୍ରତିଷ୍ଠାତା ଡ. ମହେଶ ଚନ୍ଦ୍ର ଧଳ, ପୂର୍ବତନ ଅଧ୍ୟକ୍ଷ ସେବକ ଚରଣ ଦାସ, ପୂର୍ବତନ ଉପାଧ୍ୟକ୍ଷ ବିଜୟ କୁମାର ଦାସ, ଆଦର୍ଶ କଲେଜ ଅଫ୍‌ ଇଞ୍ଜିନିୟରିଂର ଡେପୁଟି ଡାଇରେକ୍ଟର ଡ. ଅବନୀକାନ୍ତ ଷଡ଼ଙ୍ଗୀ ଓ ପିଆର୍‌ଓ ବଂଶୀଧର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ୨୧ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ମେଧାବୀ ସମ୍ମାନ ସହ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା ସ୍ବାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ଅଜୟ କୁମାର ଦାସ ଧନ୍ୟବାଦ ଦେଇଥିଲେ। ସିସିଏ କୋର୍ଡିନେଟର ଘନଶ୍ୟାମ ପାଳ, ଇନ୍‌ଚାର୍ଜ ରୀନା ସେନ୍‌ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ରାକେଶ ଜେନା, ଅଜୟ କୁମାର ଦାସ, ଜ୍ୟୋତିରଂଜନ ସାହୁ, ହିମାଂଶୁ କୁମାର ଦାସ, ପ୍ରକାଶ ଚନ୍ଦ୍ର ଭୋଇ, ପ୍ରିୟଙ୍କା ପ୍ରିୟଦର୍ଶିନୀ ରଥ, ନବଶ୍ଚମ୍ବିତା ଦାସ, ଅମିତା ଦାସ, ଲସିତାଶ୍ରୀ ମହାନ୍ତି, ପଲ୍ଲବୀ ଜେନା, ଶର୍ମିଷ୍ଠା ଦାସ, କ୍ଷଣପ୍ରଭା ଷଡ଼ଙ୍ଗୀ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।