ମୁଖ୍ୟ ଖବର

ତାଳଚେର ବାର ଆସୋସିଏସନ ପକ୍ଷରୁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ବିପୁଳ ସମ୍ବର୍ଦ୍ଧନା

By Angul TV Bureau

June 05, 2024

ତାଳଚେର: ଢେଙ୍କାନାଳ ଲୋକସଭାର ନବ ନିର୍ବାଚିତ ସାଂସଦ ରୁଦ୍ର ନାରାୟଣ ବୁଧବାର ତାଳଚେର ଗସ୍ତ କରିଛନ୍ତି। ତାଳଚେର ବାର ଆସୋସିଏସନ ପକ୍ଷରୁ ସାଂସଦ ଶ୍ରୀ ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ତାଳଚେର ବାର ଆସୋସିଏସନର ସଭା ଗୃହରେ ସଭାପତି ଚିତ୍ତରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତାଳଚେର, ଢେଙ୍କାନାଳ ଲୋକସଭା କ୍ଷେତ୍ର ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୋଦିଙ୍କର ବିକଶିତ ଭାରତ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ କାର୍ଯ୍ୟ କରିବି ବୋଲି ସାଂସଦ ପାଣି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାର ଆସୋସିଏସନର ସାଧାରଣ ସମ୍ପାଦକ ବିନୟ କୁମାର ନନ୍ଦ, ଉପ ସଭାପତି ବିପୁଳ ବଳ, ସହ ସମ୍ପାଦକ ଜଗଡ଼ିଶ୍ୱର ସାହୁ, ସୌମେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ସିଂହ ଡିଙ୍ଗରା, ବିଜେପି ଅନୁଗୁଳ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବରିଷ୍ଠ ଆଇନଜୀବୀ ପେସ୍କାର ଗଡନାୟକ, ଅଖିଳ ସାମଲ, ଦୟାସାଗର ମିଶ୍ର, ଅର୍ଜୁନ ଭୂତିଆ, ଉଚ୍ଛନ୍ନ ପଟ୍ଟନାୟକ, ପ୍ରାକ୍ତନ ସରପଞ୍ଚ ରଙ୍ଗାଧର ନାହାକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।