ଅନୁଗୁଳ: ଅମଲାପଡ଼ାସ୍ଥିତ ଗୁରୁକୁଳ କ୍ଲାସେସ କୋଚିଂ ସେଣ୍ଟର ପକ୍ଷରୁ ସି.ବି.ଏସ୍.ଇ. ଦଶମ ଶ୍ରେଣୀ ପରୀକ୍ଷାରେ ୯୦%ରୁ ଅଧିକ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଅନୁଷ୍ଠାନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ଉପସ୍ଥିତ ଅଭିଭାବକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଅନୁଷ୍ଠାନର ପରିଚାଳକ ଘନଶ୍ୟାମ ପାଳ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଦଶମ ଶ୍ରେଣୀ ସି.ବି.ଏସ୍.ଇ. ବୋର୍ଡ ପରୀକ୍ଷାର ନମ୍ବର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଶିକ୍ଷା ପାଇଁ ବେଶ୍ ଗୁରୁତ୍ୱପୂର୍ଣ। ଭଲ ନମ୍ବର ରଖିଲେ ଆଗକୁ ଭଲ ଷ୍ଟ୍ରିମ୍ ଓ କ୍ୟାରିଅର ବାଛିବାରେ ସୁବିଧା ହେବ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶେଷରେ ନିର୍ଦେଶକ ଶ୍ରୀ ପ୍ରଧାନ ଉପସ୍ଥିତ ଅଭିଭାବକମାନଙ୍କୁ ସମୟ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।