ଅନୁଗୁଳ: ଭୁବନେଶ୍ୱରରେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଭାରତୀୟ ଭାଷା ଉତ୍ସବରେ ଅଂଶ ଗ୍ରହଣ କରି ସଫଳତା ହାସଲ କରିଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ। ବିଦ୍ୟାଳୟର ଆଭାହାନୀ ଖୁଣ୍ଟିଆ, ଆକାଶ ପ୍ରଧାନ, ଶୁଭମ ସାହୁ ଏହି କୃତିତ୍ୱ ହାସଲ କରିଛନ୍ତି।
ଭୁବନେଶ୍ୱରରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଠାରୁ ପୁରସ୍କୃତ ହେବା ପରେ ଶୁକ୍ରବାର ବିଦ୍ୟାଳୟ ପରିସରରେ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଠମଲ୍ଲିକ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ କୈବଲ୍ୟ କଅଁର ଯୋଗ ଦେଇ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସଫଳତା ଯୋଗୁଁ ହାଇସ୍କୁଲ ଜିଲ୍ଲା ସ୍ତରର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଥିଲେ।
ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଦେହୁରୀ, ଶିକ୍ଷକ ଚିଦାନନ୍ଦ ଦେହୁରୀ, ଅନିଲ ମେହେର, ରଶ୍ମିତା ପ୍ରଧାନ, ବିନତି ମାଝୀ, ଲୋପାମୁଦ୍ରା କଅଁର ପ୍ରମୁଖ ଉପସ୍ଥିତ ଥିଲେ।