ଅନ୍ୟାନ୍ୟ

କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ମିଶିଲେ

By Biswaranjan Pattnaik

April 03, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଲାସିଂହା ପଞ୍ଚାୟତ ସୁରାଵ ଗାଁର ୧୯ ଜଣ କଂଗ୍ରେସ ଓ ବିଜେଡି କର୍ମୀ ରବିବାର ବିଜେପି ଦଳରେ ଯୋଗ ଦେଇଛନ୍ତି। ବିଜେପି ଯୁବ ନେତା ସୌମ୍ୟ ରଞ୍ଜନ ସାହୁ ଓ କମଳକାନ୍ତ ସାହୁଙ୍କ ନେତୃତ୍ୱ ଓ ଉଦ୍ୟମ ଯୋଗୁଁ ଏହି କର୍ମୀ ମାନେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନଙ୍କ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ସମାରୋହରେ ବିଜେପି ପ୍ରଭାରୀ ସୀମାଞ୍ଚଳ ଖଟେଇ,ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ,ଅଗସ୍ତି ବେହେରା ଏବଂ ସ୍ଥାନୀୟ ନେତା ଦୁଃଖବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।