ମୁଖ୍ୟ ଖବର

ବେଶୀ ଗପି ହରଡ ଘଣାରେ ରୁଦ୍ର

By Biswaranjan Pattnaik

April 27, 2025

ଅନୁଗୁଳ: ମହୋତ୍ସବ ବେଳେ ମଞ୍ଚରେ ବହେ ଗପିବାକୁ ଉଦ୍ୟମ କରି ଢେଙ୍କାନାଳ ସାଂସଦ ହରଡ ଘଣା ରେ ପଡ଼ିଥିଲେ। ଗପୁ ଗପୁ ରୁଦ୍ର ଭାଇ ମୁଖ୍ୟମନ୍ତ୍ରୀଙ୍କୁ ମହାତ୍ମା ଗାନ୍ଧିଙ୍କ ସହ ତୁଳନା କରିଥିଲେ। ମହାତ୍ମାଙ୍କ ଭଳି ମୁଖ୍ୟମନ୍ତ୍ରୀ ଯଶଶ୍ୱୀ ଏବଂ ଉଭୟଙ୍କ ନାଁରେ “ମୋହନ” ଶବ୍ଦଟିର ସମାନତା ରହିଛି। ତେବେ ଏହାକୁ କଂଗ୍ରେସ ଦଳର ଲୋକେ ବିରୋଧ କରିଛନ୍ତି। ଆଜି ଅପରାହ୍ନରେ ପୁରୁଣା ବସ୍ ଷ୍ଟାଣ୍ଡ ରାଜା ଛକରେ କଂଗ୍ରେସ ଓବିଶି ସେଲ ନେତା ପ୍ରବୋଧ ସ୍ୱାଇଁ ଏବଂ ଜୟନ୍ତ ସାହୁଙ୍କ ନେତୃତ୍ୱରେ ୫୦ ରୁ ଅଧିକ କର୍ମୀ ରୁଦ୍ର ପାଣି ହାୟ ହାୟ ନାରା ଦେଇଥିଲେ। ସେମାନେ ରୁଦ୍ର ପାଣିଙ୍କ ଏଭଳି ତୁଳନାକୁ ନିନ୍ଦା କରିବା ସହ ଏଭଳି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।