ମୁଖ୍ୟ ଖବର

ବିଜେପିର ମନମୁଖୀ ଶାସନକୁ ବିରୋଧ: ଅନୁଗୁଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନରେଗା ନାଁ ପରିବର୍ତ୍ତନ ନେଇ ଦାବି ପତ୍ର ପ୍ରଦାନ କଲା କଂଗ୍ରେସ

By Angul TV Bureau

December 22, 2025

ଅନୁଗୁଳ: ବିଜେପିର ମନମୁଖୀ ଶାସନକୁ ବିରୋଧ କରି ଆଜି ଅନୁଗୁଳରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। କେନ୍ଦ୍ର ବିଜେପି ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନକୁ ରଦ୍ଦ କରି ମହାତ୍ମା ଗାନ୍ଧୀଙ୍କ ନାମକୁ କାଟି ଏକ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ପରିବର୍ତ୍ତନ କରି ଲୋକସଭାରେ ବିଲ ପାରିତ କରିଛି। ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ଘୋର ଅପମାନ ବୋଲି କହିବା ସହ ଧାରଣା ଦେଇଛି କଂଗ୍ରେସ। ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା। ଗଣଧାରଣାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଏବଂ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଯୋଗଦେଇଥିଲେ। ପରେ ମଧ୍ୟାହ୍ନରେ ସମସ୍ତ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଭାରତର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏହି ଦାବି ପତ୍ର ଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସସ୍ମିତା ବେହେରା, ପ୍ରଦେଶ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ପ୍ରଦେଶ ଆଦିବାସୀ କଂଗ୍ରେସ ସାଧାରଣ ସମ୍ପାଦକ ତପନ ପ୍ରଧାନ, ପ୍ରଦେଶ କୃଷକ ସେଲ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ପ୍ରଦେଶ ଏସସି ସେଲ ସାଧାରଣ ସମ୍ପାଦକ ନୀଳକଣ୍ଠ ନାଏକ, ଦାଶରଥି ସାହୁ, ଏଲ ମାଣିକପ୍ରଭା, ଗୋପାଳ ଚନ୍ଦ୍ର ନାଥ, ବଲବୀର ସିଂହ, ଚିତ୍ତରଞ୍ଜନ ନାଏକ, ରାଜକିଶୋର ସାହୁ, ସନ୍ତୋଷ ପଟ୍ଟନାୟକ, ବିନୋଦ ମାଝୀ, ଅମୂଲ୍ୟ ବେହେରା, ସଞ୍ଜୀବ ମାଣ୍ଡୋଠିଆ, ସୁଦୀପ ମିଶ୍ର, ରାକେଶ ମିଶ୍ର, କସିଦା ଖାନ, ଭଜନ ଦାସ, ଜ୍ୟୋତି ପ୍ରଧାନ, ଜମ୍ବେଶ୍ବର ପଟ୍ଟନାୟକ, ଦୁଷ୍ମନ୍ତ ଦଳବେହେରା, ସହଦେବ ବେହେରା, ଜିଲ୍ଲା ଛାତ୍ର ସଭାପତି ପ୍ରଦ୍ୟୁମ୍ନ ସାହୁ, ଅଲେଖ ବେହେରା, ସଂଗ୍ରାମ ବେହେରା, ଅରୁପ ସାମଲ, ପଦ୍ମିନୀ ନାୟକ, ଅଳକା ମହାନ୍ତି, ସୁବାସ ସାହୁ, ସଂଗ୍ରାମ କେଶରୀ କଅଁର, ହେମନ୍ତ ମହାଳିକ, ମାନିନୀ ପ୍ରଧାନ, ବିମଳ ପ୍ରଧାନ, କୁଶଧ୍ବଜ ସାମଲ, ଭାସ୍କର ପ୍ରଧାନ, ଛକୁଡ଼ି ଦେହୁରୀ, ଅରୁଣ ଦାସ, ଲକ୍ଷ୍ମୀଧର ପୃଷ୍ଟି, ସୁଶ୍ରୀ ବେହେରା ପ୍ରମୁଖ ନେତା ଓ କର୍ମୀ ଉପସ୍ଥିତ ଥିଲେ।