ମୁଖ୍ୟ ଖବର

ବୁଲା ଗାଈଗୋରୁ ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

By Angul TV Bureau

November 01, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବୁଲା ଗାଈ ଓ ଷଣ୍ଢଙ୍କ ଉପଦ୍ରବ ବଢ଼ୁଥିବାରୁ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଅନୁଗୁଳ-ବଡ଼କେରା ଓ ଅନୁଗୁଳ-ମହୀଧରପୁର ରାସ୍ତା ସହ ସହରର ଛକ ଓ ଗଳିରେ ଗାଈଗୋରୁ ରହି ଦୁର୍ଘଟଣା ଘଟାଉଛନ୍ତି ଏବଂ ଜନସାଧାରଣଙ୍କୁ ଅସୁବିଧା ହେଉଛି।

ପୂର୍ବତନ କାଉନସିଲର ବଲବୀର ସିଂଙ୍କ ନେତୃତ୍ୱରେ ଧର୍ମେନ୍ଦ୍ରନାଥ ମିଶ୍ର, ନୀଳକଣ୍ଠ ନାୟକ, କମ୍ଭୁ ଦେହୁରୀ, ଦିଲ୍ଲୀପ ସାହୁ, ସଂଗ୍ରାମ ବେହେରା, ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ ଓ ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଥମ ପର୍ଯ୍ୟାୟରେ ପୌରାଞ୍ଚଳରୁ ଗାଈଗୋରୁ ସ୍ଥାନାନ୍ତର କରି ରକ୍ଷଣାବେକ୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।