ମୁଖ୍ୟ ଖବର

ବିଧାନସଭା ଘେରାଉ କରିବେ ୨୦ ହଜାର ମହିଳା, କେବଳ ମହିଳାମାନେ ନେବେ ନେତୃତ୍ୱ: ପିସିସି ସଭାପତି

By Angul TV Bureau

August 01, 2025

ଭୁବନେଶ୍ୱର: ନାରୀ ସୁରକ୍ଷା, ସ୍ୱାଭିମାନ ଓ ଅଧିକାର ଦାବିରେ ଆସନ୍ତା ବିଧାନସଭା ଅଧିବେଶନ ଘେରାଉ କରିବେ ପ୍ରାୟ ୨୦ ହଜାର ମହିଳା। କଂଗ୍ରେସ ଏହି ବିଧାନସଭା ଘେରାଉର ନେତୃତ୍ୱ ନେବ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।

ସେ କହିଛନ୍ତି, ଏଥିରେ କୌଣସି ପୁରୁଷ ଭାଗ ନେବେ ନାହିଁ, କେବଳ ମହିଳାମାନେ ଘେରାଉର ନେତୃତ୍ୱ ନେବେ। ସରକାର ଯଦି ନାରୀ ସୁରକ୍ଷା ପ୍ରସଙ୍ଗର ସମାଧାନ ନ କରନ୍ତି, ତେବେ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିବ। ରାଜ୍ୟରେ ବନ୍ୟା କାରଣରୁ ପ୍ରଭାବିତ ବିଭିନ୍ନ ସ୍ଥାନରେ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରିଛି। ଏହି ସମୟରେ ନାରୀମାନଙ୍କୁ ନେଇ ଆଗାମୀ ଦିନରେ ରଣନୀତି କ’ଣ ରହିବ, ଗଣମାଧ୍ୟମରେ କରାଯାଇଥିବା ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।