ଅନୁଗୁଳ: ଅନୁଗୁଳ ଜିଲ୍ଲାର ୫୫ ନମ୍ୱର୍ ଜାତୀୟ ରାଜପଥ ର ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ସାତ ବର୍ଷ ଧରି ଚାଲିଥିବା ବେଳେ ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟିଛି। ଗତ ୨୦୨୩ ମସିହାରେ ୪୦୦ ରୁ ଅଧିକ ଦୁର୍ଘଟଣା ଘଟି ୧୮୬ ଜଣଙ୍କର ମୃତ୍ୟୁ ଘଟିଛି।ଇତି ମଧ୍ୟରେ ନୁଆହତା ରୁ ଅନୁଗୁଳ ଆର୍ଟିଓ ଅଫିସ ପର୍ଯ୍ୟନ୍ତ ହୋଇଥିବା ବାଇପାସ ରାସ୍ତାର ୯୦ ପ୍ରତିଶତ ନିର୍ମାଣ ସରିଗଲାଣି।ଏହି ରାସ୍ତାକୁ ଯଦି ବ୍ୟବହାର କରାଯାଆନ୍ତା ତେବେ ଅନୁଗୁଳ ବାସୀଙ୍କୁ ଆଉ ପୂର୍ବଭଳି ଦୁର୍ଘଟଣାର ଶୀକାର ହେବାକୁ ପଡ଼ିବ ନାହିଁ।ଏହି କାରଣରୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେସ୍ୟରେ ଏକ ସ୍ମାରକ ଦିଆଯାଇ ଯେପର୍ଯ୍ୟନ୍ତ ଓଭରବ୍ରିଜ ନ ହୋଇଛି ସେପର୍ଯ୍ୟନ୍ତ ବାଇପାସ ରାସ୍ତାକୁ ଭାରିଯାନ ଚଳାଚଳ ପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି। ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ଏହି ସ୍ମାରକ ପ୍ରଦାନ କରାଯାଇଥିଲା ।