ମୁଖ୍ୟ ଖବର

ବନ୍ତଳା ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀ ଅମ୍ବିକା ଭଟ୍ଟଙ୍କ ବିଶାଳ ବାଇକ ରାଲି, ହାତ ଉପରେ ଭରସା କରିବାକୁ କଲେ ନିବେଦନ

By Angul TV Bureau

May 19, 2024

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଭଟ୍ଟ ଆଜି ପୂର୍ବାହ୍ନରେ ଏକ ବିଶାଳ ରାଲି କରି ପ୍ରଚାର କରିଛନ୍ତି। ସେ ସ୍ଥାନୀୟ ବେଡା ଛକଠାରୁ ଏକ ବିଶାଳ ବାଇକ ରାଲିରେ ବାହାରି ବନ୍ତଳା ଛକ ଦେଇ ଧୁକୁଟା, ପୁକତୁଙ୍ଗା, ଶଙ୍ଖପୁର, ଖାଲଗାଁ, ଖିଣ୍ଡା, ବଣାବିରା, ମହିଧରପଡା, ଜାମୁଣ୍ଡା, ସାନକନ୍ତକୁଳ, ବଡକନ୍ତକୁଳ ଅଞ୍ଚଳରେ ପ୍ରଚାର କରିଥିଲେ। ଆଜିର ବାଇକ ରାଲିରେ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ଵ ବାଇକ ଯାଇଥିଲେ। ଏ ଅବସରରେ ପ୍ରାର୍ଥୀ ଶ୍ରୀ ଭଟ୍ଟ ଓ ଅନ୍ୟ ବକ୍ତାମାନେ ବିଜେଡି ବିଜେପିର ଛାୟା ମେଣ୍ଟରେ ରହି କିଭଳି ସାଧାରଣ ଜନତାଙ୍କୁ ମିଛ ପ୍ରତାରଣା କରୁଛନ୍ତି ସେ ନେଇ ଜଣାଇଥିଲେ। ଏଥିସହ କଂଗ୍ରେସ ଘୋଷଣା କରିଥିବା ନଅଟି ନ୍ୟାୟ ଓ ପ୍ରଦେଶ କଂଗ୍ରେସ ପାଞ୍ଚ ଗ୍ୟାରେଣ୍ଟି ଉପରେ ଲୋକଙ୍କୁ ଅବଗତ କରାଇଥିଲେ।

ଆଜିର ରାଲିରେ ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତରଞ୍ଜନ ନାଏକ, ପ୍ରଦେଶ ସୋନିଆ ବ୍ରିଗେଡ ଅଧ୍ୟକ୍ଷ ପ୍ରମୋଦ ସାହୁ, ଜିଲ୍ଲା ମିଡିଆ ସେଲର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବେଣୁଧର ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ରାକେଶ ମିଶ୍ର, ସାହିଲ ପ୍ରଧାନ ପ୍ରମୁଖ ବିଭିନ୍ନ ପଞ୍ଚାୟତର କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।