ଅନ୍ୟାନ୍ୟ

ବିଜେଡି ବିଜେପି ଆଭିମୁଖ୍ୟକୁ ବିରୋଧ କଲା କଂଗ୍ରେସ

By Biswaranjan Pattnaik

December 30, 2022

ଅନୁଗୁଳ: ଗୁରୁବାର ବିଜେଡି ଓ ବିଜେପିର ବହୁମୁଖୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହାକୁ ସମାଲୋଚନା କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବିପ୍ଳବ ଜେନା ରାଜ୍ୟର ସ୍ୱାର୍ଥ ପାଇଁ ନୁହଁ ନିଜ ସ୍ୱାର୍ଥ ପାଇଁ ବିଜେଡି ବିଜେପି କାମ କରୁଥିବା ସେ ଅଭିଯୋଗ କରିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ ନ ହେବା,ରାସ୍ତା ଖରାପ ହେତୁ ବାରମ୍ବାର ଦୁର୍ଘଟଣା ଘଟି।ଶତାଧିକ ଲୋକ ମୃତାହତ ହେବା,ତାଳଚେର ମେଡିକାଲ କଲେଜକୁ ଦୀର୍ଘଦିନ ଧରି ଚାଲୁ ନ କରିବା,ଡିଏମଫ ପାଣ୍ଠିର ଅପବ୍ୟବହାର ନେଇ ବିଜେଡି ବିଜେପି ଉପରେ ବର୍ଷିଛି କଂଗ୍ରେସ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓବିଶି ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ,ଏସସି ସେଲ ଅଧ୍ୟକ୍ଷ ନୀଳକଣ୍ଠ ନାଏକ,ଯୁବ କଂଗ୍ରେସ ନେତା ସୁଦୀପ ମିଶ୍ର,ଆଡ଼ଭୋକେଟ ଗୋପାଳ ନାଥ,ରାକେଶ ମିଶ୍ର ଓ ଅନ୍ୟ ବହୁ କର୍ମକର୍ତା ଯୋଗ ଦେଇଥିଲେ।