ମୁଖ୍ୟ ଖବର

ମହିଳା ହୋମ ଗାର୍ଡଙ୍କୁ ନିର୍ଯାତନା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

By Biswaranjan Pattnaik

August 23, 2023

ଅନୁଗୁଳ: ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଘରେ କାମ କରୁଥିବା ମହିଳା ହୋମ ଗାର୍ଡ ସୈରେନ୍ଦ୍ରି ସାହୁଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର ଅନୁପସ୍ଥିତ ଥିବା ବେଳେ ମୁଖପାତ୍ର ଆଇନଜୀବୀ ଗୋପାଳ ନାଥ,ଧର୍ମେନ୍ଦ୍ର ନାଥ ମିଶ୍ର,ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ଵିନୀ ବିଶ୍ବାଳ,ପିସିସି ସଦସ୍ୟ ଜୟନ୍ତ ସାହୁ,ଦୁଷ୍ମନ୍ତ ବେହେରା ଓ ଓବିସି ସେଲ ଅଧ୍ୟକ୍ଷ ପ୍ରବୋଧ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। କଂଗ୍ରେସର ଅଭିଯୋଗ ହେଲା ଅଫିସରଙ୍କ ପତ୍ନୀ ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ।

ଏଣେ ମାସ ମାସ ଧରି ଦରମା ନ ପାଇ ନିରାଶ ହୋଇ ପଡିଥିବା ଶୈରେନ୍ଦ୍ରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଟ୍ରେନ ଧାରଣାରେ ଶୋଇ ଥିବା ବେଳେ ଟ୍ରେନ ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା ଏବଂ ସେ ଏବେ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଝିଅକୁ ସ୍ଥାୟୀ ନିଯୁକ୍ତି,ଚିକିତ୍ସା ଖର୍ଚ୍ଚ ଛାଡି ୫୦ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବାକୁ କଂଗ୍ରେସ ଦାବି କରିଛି। ନିର୍ଯାତନାକୁ କଂଗ୍ରେସ ନିନ୍ଦା କରିବା ଶହ ଖୁବ୍ ଶୀଘ୍ର ଏକ ପ୍ରତିନିଧି ଦଳ ଏହି ଘଟଣାରେ ରାଜ୍ୟପାଳଙ୍କୁ ଭେଟିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।