ଅନୁଗୁଳ: ଦିଲ୍ଲୀ କେନ୍ଦ୍ରୀୟ ପୁଲିସ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପଶି ଜୁଲୁମ କରିବା ପ୍ରତିବାଦରେ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଣ ବିକ୍ଷୋଭ କରାଯାଇଛି। ଏ ଅବସରରେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ସଭାପତିତ୍ବରେ ସ୍ଥାନୀୟ ବସଷ୍ଟାଣ୍ଡ ପାଖ ମୁଖ୍ୟ ଡାକ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରତିବାଦ ସଭାରେ ବିଭିନ୍ନ ବକ୍ତାମାନେ କେନ୍ଦ୍ର ସରକାରଙ୍କୁ ତୀବ୍ର ବିରୋଧ କରିଛନ୍ତି। ଜିଲ୍ଲା କଂଗ୍ରେସ ଉପସଭାପତି ତପନ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଆଇଏଫଏସ ଅଧିକାରୀ ଶରତ ଚନ୍ଦ୍ର ପ୍ରଧାନ, ରାଜ୍ୟ କିସାନ ସେଲ ସାଧାରଣ ସମ୍ପାଦକ ଉମେଶ ସାହୁ, ଆଇଏନଟିୟୁସି ନେତା ଦିଗମ୍ବର ଗଡନାୟକ, ରାଜ୍ୟ ଏସସି ସେଲ ଆବାହକ ଟିକନ ବେହେରା, ଜିଲ୍ଲା ଏସସି ସେଲ ଅଧ୍ୟକ୍ଷ ନୀଳକଣ୍ଠ ନାଏକ, ଆଇନ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ନାଥ ମିଶ୍ର, ଜିଲ୍ଲା କୃଷକ ସେଲ ଅଧ୍ୟକ୍ଷ ଦାଶରଥୀ ସାହୁ, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ, ଜିଲ୍ଲା ଓବିସି ସେଲ ଅଧ୍ୟକ୍ଷ ପ୍ରବୋଧ ସ୍ବାଇଁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲିଟୁ ରଞ୍ଜନ ଥାପା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଶ୍ବରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ବିନୀ ବିଶ୍ବାଳ, ପୂର୍ବତନ ଜିଲ୍ଲାଯୁବ କଂଗ୍ରେସ ଜୟନ୍ତ ସାହୁ, ପୂର୍ବତନ ତାଳଚେର ନଗରପାଳ କେଶବ ଭୁତିଆ, ସଭାପତି ଉପସଭାପତି ବିରଞ୍ଚି ଧର, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ରାକେଶ ମିଶ୍ର, ଅନୁଗୁଳ ବ୍ଲକ ସଭାପତି ଅମୂଲ୍ୟ ବେହେରା, ବଅଁରପାଳ ବ୍ଲକ ସଭାପତି ବିନୋଦ ମାଝୀ, ତାଳଚେର ବ୍ଲକ ସଭାପତି ଜ୍ଞାନ ରଞ୍ଜନ ପାଣି, ଛେଣ୍ଡିପଦା ବ୍ଲକ ସଭାପତି କୃତାର୍ଥ ଦେହୁରୀ, ହାଡିବନ୍ଧୁ ସାହୁ, ଅଳକା ମହାପାତ୍ର, ମାନିନୀ ପ୍ରଧାନ, ଲୋପିତା ସାହୁ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଶେଷରେ ରାଜ୍ୟ ଓବିସି ସେଲ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।