ଅନ୍ୟାନ୍ୟ

କ୍ରୀଡ଼ା ସମସ୍ୟା ନେଇ ଜିଲାପାଳଙ୍କୁ କଂଗ୍ରେସର ଦାବିପତ୍ର

By Biswaranjan Pattnaik

October 05, 2021

ଅନୁଗୁଳ: ଜିଲ୍ଲା ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଆଦିତ୍ୟ ମହାରଣାଙ୍କ ନେତୃତ୍ବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ କେତେକ ବ୍ୟକ୍ତିଙ୍କ ବିରୋଧରେ ସୋମବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ବହୁତ ବ୍ୟାଡ୍‌ମିଣ୍ଟନ ଖେଳାଳୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ନିଜର ସୁନାମ ଅର୍ଜନ କରିଛନ୍ତି । କିନ୍ତୁ ଜିଲ୍ଲା କ୍ରୀଡା ବିଭାଗର ଅବହେଳା ଓ ଏକଛତ୍ରବାଦ ମନୋଭାବ ଯୋଗୁଁ ଖେଳାଳୀମାନେ ଭଲ ଭାବରେ ଅଭ୍ୟାସ କରି ନପାରିବାରୁ ନିଜର ପ୍ରତିଭା ସହ କ୍ରୀଡାକ୍ଷେତ୍ରରେ ସୁନାମ ଆଣିବାରୁ ବଞ୍ଚିତ ହେଉଛନ୍ତି। ଆଗାମୀ ଦିନରେ ବ୍ୟାଡମିଣ୍ଟନ୍ ଅଭ୍ୟାସ ପାଇଁ ସ୍ବତନ୍ତ୍ର ଜାଗା ଦେବା ପାଇଁ ଛାତ୍ରଙ୍କଗ୍ରେସ ଦାବି ଜଣାଇଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ର, ଜିଲା କଂଗ୍ରେସ ସମ୍ପାଦକ ସୌମ୍ୟରଞ୍ଜନ ସାହୁ, ଅମ୍ଳାନକେଶରୀ ଗଡନାୟକ, ଅଭିନବ ପଟନାୟକ, ରୋଷଣକୁମାର ସାହୁ, ଜଗତମୋହନ ପ୍ରଧାନ, ମଦନ ବେହେରା, ସୁଶାନ୍ତକୁମାର ସିଂ, ଦେବାଶିଷ ଦେହୁରୀ, ଆଦିତ୍ୟ ପ୍ରଧାନ, ବିଶ୍ବଜିତ ପୃଷ୍ଟି ଓ ଅନ୍ୟ କେତେକ କ୍ରୀଡ଼ାପ୍ରେମୀ ସାମିଲ ଥିଲେ ।