ମୁଖ୍ୟ ଖବର

କଂଗ୍ରେସର ମନରେଗା ବଞ୍ଚାଅ ଅଭିଯାନ: ତହସିଲ ଅଫିସ ସାମନାରେ ଉପବାସ ଧାରଣା ପ୍ରତିବାଦ

By Angul TV Bureau

January 11, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମନରେଗା ବଞ୍ଚାଅ ଅଭିଯାନ କ୍ରମରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଉପବାସ ଧାରଣା ପ୍ରତିବାଦ ଅନୁଷ୍ଠିତ ହୋଇଛି। ପ୍ରତିବାଦ ସଭାରେ ବିଜେପି ସରକାର ନିଜର ହୀନମନ୍ୟତାକୁ ଦେଖାଇବାକୁ ଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନକୁ ଉଚ୍ଛେଦ କରି ଯେଉଁ ଭଳି ଭାବରେ ଏକ ଦିଶାହୀନ ଯୋଜନାକୁ କାର୍ଯ୍ୟକାରୀ କରି ନେଇଛନ୍ତି, ତା’ ଭାରତବାସୀ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଏଥିସହ ଗ୍ରାମସଭା ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛି। ମନରେଗା ଆଇନ ଦ୍ୱାରା କେନ୍ଦ୍ର ମଜୁରି ଅନୁଦାନ ୯୦ ଭାଗ ଥିଲା ବେଳେ ଏବେର ପ୍ରଚଳିତ ଯୋଜନା ଅନୁଯାୟୀ ୬୦ ଭାଗ କେନ୍ଦ୍ର ସରକାର ଦେବେ ଓ ୪୦ ଭାଗ ରାଜ୍ୟ ସରକାର ବହନ କରିବେ। ଏହା କେବଳ ବିଜେପି ସରକାର ଓ କର୍ମୀମାନଙ୍କ ହାତ ବାରିସି ଭାବେ କାର୍ଯ୍ୟ କରିବ। ଏଣୁ ଏହାର ସୁଫଳ ଉଚ୍ଛେଦ ସହ ଚଳି ଆସୁଥିବା ମନରେଗାକୁ ପୁନଃ ପ୍ରଚଳନ କରିବାକୁ ଭାରତୀୟ ଜାତୀୟ କଂଗ୍ରେସ ଦାବି କରୁଛି। ମନରେଗା ବଞ୍ଚାଅ ଅଭିଯାନ ଆଗାମୀ ଫେବ୍ରୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ, ଗ୍ରାମ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏ ଆନ୍ଦୋଳନ ବ୍ୟାପିବ ବୋଲି ମତ ପ୍ରକାଶ ପାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ପ୍ରଦେଶ କୃଷକ କଂଗ୍ରେସର ଉପସଭାପତି ଉମେଶ ଚନ୍ଦ୍ର ସାହୁ, ପୂର୍ବତନ ତାଳଚେର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ, ଗୋପାଳ ଚନ୍ଦ୍ର ନାଥ, ଚିତ୍ତରଞ୍ଜନ ନାଏକ, ବଲବୀର ସିଂହ, ଦାଶରଥି ସାହୁ, ଦୁଷ୍ମନ୍ତ ଦଳବେହେରା, ତପନ ପ୍ରଧାନ, ବିନୋଦ ମାଝି, ସୁଦୀପ ମିଶ୍ର, ପ୍ରଦ୍ୟୁମ୍ନ ସାହୁ, ଜମ୍ବେଶ୍ବର ପଟ୍ଟନାୟକ, ସୁବାସ ସାହୁ, ଶିଶିର ପାଳ, କସିଦା ଖାନ, ଜ୍ୟୋତିରଞ୍ଜନ ପ୍ରଧାନ, ଅରୂପ ସାମଲ, ସଂଗ୍ରାମ ବେହେରା, ଅଳକା ମହାନ୍ତି, ଅଳକା ମହାପାତ୍ର, ମାନିନୀ ପ୍ରଧାନ, ରଶ୍ମି ରଞ୍ଜନ ସାହୁ, ଛାଡି ସାହୁ, ଅରୁଣ ଦାସ, ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।