ଅନ୍ୟାନ୍ୟ

ଦରଦାମ୍ ବୃଦ୍ଧିକୁ କଂଗ୍ରେସର ତୀବ୍ର ବିରୋଧ, ନଗର ପରିକ୍ରମା କରି ଲୋକଙ୍କୁ କଲା ସଚେତନ

By Angul TV Bureau

August 22, 2022

ଅନୁଗୁଳ: ଆଜି ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ବିଜେପି ସରକାରଙ୍କ ବିରୋଧରେ ‘ମହଙ୍ଗାଇ ପର ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏ ଅବସରରେ ଏକ ପଦଯାତ୍ରା ସ୍ଥାନୀୟ କଂଗ୍ରେସ ଭବନରୁ ବାହାରି ବଜାର ଛକ, ସେଣ୍ଟ୍ରାଲ ଲଜ ଛକ, ଜେଲ ଛକ, ରାଜା ଛକ ହୋଇ ବସଷ୍ଟାଣ୍ଡରେ ପହଞ୍ଚିଥିଲା। ପଦଯାତ୍ରାରେ ଲୋକମାନେ ହୁ ହୁ ହୋଇ ବଢୁଥିବା ଦର ଦାମ୍ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ।ବକ୍ତାମାନେ କହିଥିଲେ ଯେ ୨୦୧୪ ମସିହାରେ ପେଟ୍ରୋଲ ଦର ୭୧ ଟଙ୍କା ଥିବା ବେଳେ ଏବେ ୪୬.୩% ବୃଦ୍ଧି ପାଇ ୧୦୩ ଟଙ୍କା ହୋଇଛି। ସେହିପରି ଡିଜେଲ, ଗ୍ୟାସ ସିଲିଣ୍ଡର, ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବଢ଼ିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହି ପଥ ସଭାରେ ଜିଲ୍ଲା ଶ୍ରମିକ କଂଗ୍ରେସ ସଭାପତି ଦିଗାମ୍ବର ଗଡନାୟକ, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ସାହୁ, ରାଜ୍ୟ ଓବିସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ, ନଗର ସଭାପତି ସୁଦିପ୍ ମିଶ୍ର, ବ୍ଲକ ସଭାପତି ଅମୂଲ୍ୟ ବେହେରା, ବନରପାଳ ସଭାପତି ବିନୋଦ ମାଝୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ୱିନୀ ବିଶ୍ୱାଳ, ଜିଲ୍ଲା ଲିଗାଲ ସେଲ ସଭାପତି ଧର୍ମେନ୍ଦ୍ର ନାଥ ମିଶ୍ର, ଏସି ସେଲ ସଭାପତି ନୀଳକଣ୍ଠ ନାୟକ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାକେଶ ମିଶ୍ର, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ସଂଜୀବ କୁମାର ମାଣ୍ଡୁଠିଆ, ଜିଲ୍ଲା କଂଗ୍ରେସ ସମ୍ପାଦକ ରଶ୍ମିରଞ୍ଜନ ସାହୁ, ନଗର ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ରାଣୀ ମହାପାତ୍ର, ଦିଲ୍ଲୀପ ସାମଲ, ଟିକନ ବେହେରା, ମାନିନି ପ୍ରଧାନ, ଶାନ୍ତିଲତା ବେହେରା, ବାପୁନ ଦେହୁରୀ, ଉପେନ୍ଦ୍ର ପ୍ରଧାନ, କୈଳାସ ପ୍ରଧାନ, ସଂଗ୍ରାମ ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥିଲେ।