ମୁଖ୍ୟ ଖବର

ଖୋର୍ଦ୍ଧା ରୋଡ ମଣ୍ଡଳ ପ୍ରବନ୍ଧକଙ୍କୁ ଅନୁଗୁଳ ଶ୍ରମିକ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଓ ଦାବିପତ୍ର ପ୍ରଦାନ

By Angul TV Bureau

April 28, 2024

ଅନୁଗୁଳ: ଅନୁଗୁଳ ଇଲେକ୍ଟ୍ରି ଲୋକ ସେଡ ଗସ୍ତରେ ଥିବା ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧା ରୋଡ ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ହରବିନ୍ଦେର ସିଂ ବାଜୁଆଙ୍କୁ ଶ୍ରମିକ କଂଗ୍ରେସର ଅନୁଗୁଳ ଶାଖା ଉପସଭାପତି ତଥା ଇନଚାର୍ଜ ଏସକେ ଜଲାଲୁଦ୍ଧିନ୍ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏ ଅବସରରେ ସେ ଅତ୍ୟନ୍ତ ଜରୁରୀ ଆବଶ୍ୟକତା ଥିବା ପାଦ ଚଲା ପୋଲ, କଲୋନୀ ବାସୀଙ୍କ ପାଇଁ ଖେଳ ପଡିଆ, କର୍ମଚାରୀଙ୍କ ପରିବାର ରହିବା ପାଇଁ ଆବଶ୍ୟକୀୟ କ୍ୱାର୍ଟର ନିର୍ମାଣ, ଖାଲିଥିବା ପଦବୀ ଭର୍ତ୍ତି ଭଳି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ବିକେ ସେଠୀ, ସହ ଯୁବ ସଂଯୋଜକ ସୁଶାନ୍ତ କୁମାର ସେଠୀ, ଯୁବ ବାହିନୀ ଜଗତାନନ୍ଦ୍ ଯୋଗେଶ, ଚିତ୍ତରଞ୍ଜନ ମାଝୀ, ମନୋଜ ନାୟକ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।