ଅନ୍ୟାନ୍ୟ

ନୂଆବର୍ଷ ପାଳିବା ସହ ଗାଁ ଲୋକଙ୍କ ସମସ୍ୟା ବୁଝିଲେ କଂଗ୍ରେସ କର୍ମକର୍ତ୍ତା, ବାଣ୍ଟିଲେ ଶୀତବସ୍ତ୍ର ଓ ଶୁଖିଲା ଖାଦ୍ୟ

By Angul TV Bureau

January 02, 2023

ଅନୁଗୁଳ: କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ଏବଂ ନୂତନ ବର୍ଷ ଅବସରରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଓ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ପରାମର୍ଶ କ୍ରମେ ଦଳୀୟ କାର୍ଯ୍ୟକର୍ତ୍ତା ଅନୁଗୁଳ ବ୍ଲକ ପବଲା ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଛନ୍ତି।

ଏ ଅବସରରେ ଜିଲ୍ଲା ଓବିସି ସେଲ ସଭାପତି ପ୍ରବୋଧ ସ୍ୱାଇଁ, ଯୁବ କଂଗ୍ରେସ ସଭାପତି ଲୁଟୁ ରଂଜନ ଥାପା, ଓବିସି ସେଲ ନଗର ସଭାପତି ଭଗବାନ ମହାନ୍ତି, ଯୁବ କଂଗ୍ରେସ ଉପ ସଭାପତି ଅଭିଷେକ ନାୟକ, ସଂଗ୍ରାମ ବେହେରା, ସୋଭିନ ପାଲ, ଛାତ୍ର କଂଗ୍ରେସ ନେତା ତୁଷାରକାନ୍ତ ପ୍ରଧାନ, ସୌମ୍ୟ ରଞ୍ଜନ ବେହେରା, ଭକ୍ତି ପ୍ରସାଦ ନାୟକ, ମନତ ରାଉତ ଶୁଭମ ସାହୁ, କାଳିଆ ବିଶ୍ଵାଳ, ଚନ୍ଦନ ଦାସ ଉପସ୍ଥିତ ଥିଲେ। ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ଗାଁ ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ଅଛି। ସରକାର କିଛି ସୁବିଧା କରିନାହାନ୍ତି। ଏଣୁ ଗାଁ ଲୋକଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ କଂଗ୍ରେସ କର୍ମକର୍ତ୍ତା ଦାବି କରିଛନ୍ତି।