ଅନୁଗୁଳ: ଅନୁଗୁଳ ତଥା ଓଡ଼ିଶାର ଐତିହ୍ୟସମ୍ପନ୍ନ ବାଜି ରାଉତ ଛାତ୍ରାବାସର ମୂଲ୍ୟବାନ ଜମି ହଡ଼ପ ପାଇଁ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଉଦ୍ୟମ କରିବା ନେଇ ଛାତ୍ରାବାସ କମିଟି ପକ୍ଷରୁ ଏକ ସାମ୍ବାଦିକ।ସମ୍ମିଳନୀ ଡକାଯାଇଥିଲା। ଆଶ୍ରମ ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ମାଳତୀ ଦେବୀଙ୍କ କନ୍ୟା କ୍ରୀଷ୍ଣା ମହାନ୍ତି, ସମ୍ପାଦକ ଧନେଶ୍ଵର ସାହୁ, ଅଧିକ୍ଷକ କୈଳାଶ ସାହୁ, ସଭାପତି ଅନ୍ତର୍ଯ୍ୟାମୀ ବରାଳ, ସହସମ୍ପାଦକ ଶାନ୍ତିଲତା ପ୍ରଧାନ, ଉପସଭାପତି ଇନ୍ଦିରା ଦାଶ, କାର୍ଯ୍ୟକାରୀ ସଦସ୍ୟ ଡ଼ା ବିଶ୍ୱଜିତ୍, ମିହିର ପ୍ରତାପ ଦାସ, ସୁଜାତା ପ୍ରିତିନନ୍ଦା ଏବଂ ରାଜଲକ୍ଷ୍ମୀ ମହାନ୍ତି, ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ମିଳନୀରେ କ୍ରିଷ୍ଣା ମହାନ୍ତି ଅଭିଯୋଗ କରିଥିଲେ, କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଆଶ୍ରମ ଛାତ୍ରାବାସର ଜମି ହଡ଼ପ ଉଦ୍ୟମ କରିବା ସହ ଏହାକୁ ବଦନାମ କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ସେଥିନେଇ ସବିଶେଷ ତଥ୍ୟ ରଖିଥିଲେ। ୧୯୯୬ ମସିହାରେ ମାଳତୀ ଦେବୀ ଏକ ୱିଲ ମାଧ୍ୟମରେ ୨.୨୩ ଏକର ଜମି ଛାତ୍ରାବାସକୁ ଦାନ କରି ଦେଇଥିଲେ। କିନ୍ତୁ ପଟ୍ଟା ହୋଇ ପାରିନଥିଲା। ତେବେ ନୂଆ ବାଇଲ ଅନୁସାରେ ରାଜନୀତି କରୁଥିବା ଲୋକ ମାନଙ୍କୁ କମିଟିରୁ ବାଦ ଦେବା ପରେ ଖେଳ ଆରମ୍ଭ ହୋଇଥିଲା।
ଷଡ଼ଯନ୍ତ୍ରକାରୀ ମାନେ କ୍ରିଷ୍ଣା ମହାନ୍ତିଙ୍କ ପୁଅ ବୋହୂଙ୍କୁ ହାତ କରି ଆଶ୍ରମ କର୍ମକର୍ତ୍ତା ଓ ଅନ୍ତେବାସୀ ମାନଙ୍କୁ ଗାଳିଗୁଲଜ କରିବା, ମାଡ଼ ମାରିବା, କେଶ ଦେବା ଆଦି କାର୍ଯ୍ୟ କରିବା କଥାକୁ ସାମ୍ୱାଦିକ।ସମ୍ମିଳନୀରେ ନିନ୍ଦା କରାଯାଇଥିଲା।ଧନେଶ୍ଵର ନାଏକ ନାମକ।ଜନୈକ ବ୍ୟକ୍ତି ବେଆଇନ ଭାବେ ଆଶ୍ରମ ଦୋକାନ ଘର ନିଜ ପୁଅ।ନାମରେ କରିନେବା ଘଟଣାକୁ ମଧ୍ୟ ସମ୍ମିଳନୀରେ ନିନ୍ଦା କରାଯାଇଥିଲା। ସମ୍ମିଳନୀ ପରିଚାଳନାରେ ଆଦ୍ୟଶ୍ଲୋକ ମିଶ୍ର ଓ ସୂର୍ଯ୍ୟନାରାୟଣ ନାଥ ପ୍ରମୁଖ ସହାୟତା କରିଥିଲେ ।